କୋଭିଡ୍-୧୯ ଟିକା ପାଇଁ କଞ୍ଚାମାଲ ଉପରୁ କଟକଣା ହଟାଇବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ପୁନାୱାଲା

ନୂଆଦିଲ୍ଲୀ – ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ର ସିଇଓ ଆଦର ପୁନାୱାଲା ଦେଶ ତଥା ବିଶ୍ୱରେ ବଢୁଥିବା କରୋନା ମାମଲା ମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କୁ ଏକ ବିଶେଷ ଅପିଲ କରିଛନ୍ତି। ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ ଆମେରିକାରୁ ରପ୍ତାନି ହେଉଥିବା କଞ୍ଚାମାଲ ଉପରେ ଥିବା କଟକଣା ହଟାଇବାକୁ ସେ ଆମେରିକାର ରାଷ୍ଟ୍ରପତିଙ୍କୁ କହିଛନ୍ତି। ଏସ୍ଆଇଆଇ କରୋନା ଟିକା ‘କୋଭିଶିଲ୍ଡ’ ଉତ୍ପାଦନ କରୁଛି |

ପୁନାୱାଲା ଟ୍ୱିଟ୍ କରି କହିଛନ୍ତି, “ଆମେରିକାର ରାଷ୍ଟ୍ରପତି ମହୋଦୟ, ଯଦି ଆମକୁ ଏହି ଭାଇରସକୁ ପ୍ରକୃତ ଅର୍ଥରେ ହରାଇବାକୁ ଏକଜୁଟ ହେବାର ଅଛି, ତେବେ ଆମେରିକା ବାହାରେ ଥିବା ଟିକା ଶିଳ୍ପ ତରଫରୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆମେରିକାରୁ ରପ୍ତାନି ହେଉଥିବା କଞ୍ଚାମାଲ ଉପରେ ଥିବା କଟକଣା ହଟାଇ ଦିଅନ୍ତୁ, ଯାହା ଫଳରେ ଟିକା ଉତ୍ପାଦନ ବୃଦ୍ଧି କରାଯାଇପାରିବ | ଆପଣଙ୍କର ପ୍ରଶାସନ ପାଖରେ ଏନେଇ ସମ୍ପୂର୍ଣ୍ଣ ବିବରଣୀ ଅଛି ।

ଏସଆଇଆଇ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କରୋନା ଭ୍ୟାକ୍ସିନ୍ କୋଭିଶିଲ୍ଡ ଉତ୍ପାଦନ କରୁଛି । ଦେଶରେ ପ୍ରଥମେ
କୋଭିଶିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ମିଳିଥିଲା । ଏହାଛଡା ଏହି ଟିକା ଅନେକ ଦେଶକୁ ରପ୍ତାନି କରାଯାଉଛି ।
ଏସଆଇଆଇ ଦୁନିଆରେ ସର୍ବାଧିକ ସଂଖ୍ୟକ ଟିକା ଉତ୍ପାଦନ କରେ । ନିକଟରେ କେତେକ ରାଜ୍ୟ କରୋନା ଟିକା ଅଭାବ ନେଇ ଅଭିଯୋଗ କରିଥିଲେ। ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ସମେତ ଅନେକ ଦେଶ କେନ୍ଦ୍ରରୁ କୋଭିଡ-୧୯ ଟିକା ଅଭାବ ସମ୍ପର୍କରେ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକ, ଓଡିଶା ଏବଂ କେରଳର ଅନେକ ଜିଲ୍ଲାରେ ବି କରୋନା ଟିକା ଷ୍ଟକ୍ କମି ଆସିଲାଣି। ତେବେ ଦେଶରେ କୋଭିଡ୍ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର କହିଛି।

Comments are closed.