ଘରୋଇ ହସପିଟାଲରେ ବି କୋଭିଡ ଟିକାକରଣକୁ ଅନୁମତି, ସବୁ ଜିଲ୍ଲାପାଳଙ୍କୁ ଏସିଏସଙ୍କ ଚିଠି, ରାଜ୍ୟ ସରକାର ଦେଇଥିଲେ ପ୍ରସ୍ତାବ

ଭୁବନେଶ୍ୱର- ଏଣିକି ରାଜ୍ୟର ଘରୋଇ ହସପିଟାଲରେ ମିଳିବ କୋରୋନା ଟିକା । କୋରୋନା ଟିକାକରଣ ପାଇଁ ୧୮୩ଟି ଘରୋଇ ହସପିଟାଲକୁ ଅନୁମତି ମିଳିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଂଜୀକୃତ ହୋଇଥିବା ଘରୋଇ ହସପିଟାଲଗୁଡିକରେ କୋଭିଡ ଟିକାକରଣ ହୋଇପାରିବ ।

ଘରୋଇ ହସପିଟାଲରେ ମଧ୍ୟ ଟିକାକରଣ ପାଇଁ କେନ୍ଦ୍ରର ଅନୁମତି ପରେ ସବୁ ଜିଲ୍ଲାପାଳଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଘରୋଇ ହସପିଟାଲକୁ ଅନୁମତି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲା ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଚିଠି ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।

Comments are closed.