ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ କରୋନା ସଂକ୍ରମିତ ହେଲେ ଦିଲ୍ଲୀର ୩୭ ଡାକ୍ତର

ନୂଆଦିଲ୍ଲୀ – ସାର୍ ଗଙ୍ଗାରାମ ହସ୍ପିଟାଲ୍‌ର ୩୭ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଟିକା ନେବା ସତ୍ତ୍ୱେ ଏହି ଘରୋଇ ହସ୍ପିଟାଲର୍ ଏତେ ସଂଖ୍ୟକ ଡାକ୍ତର କିପରି କୋଭିଡ୍ ପଜିଟିଭ୍ ହେଲେ ତାହା ଅନେକଙ୍କୁ ଚକିତ କରିଛି । ହେଲେ ବିଶେଷଜ୍ଞଙ୍କ କହିବା ହେଲା ଯେ, କୋଭିଡ୍‌-୧୯ ଟିକା ନେଲେ ଏହି ରୋଗର ତୀବ୍ରତା ହ୍ରାସ ହେବ ସିନା ସଂକ୍ରମଣକୁ ରୋକିହେବ ନାହିଁ ।

ସଂକ୍ରମିତ ହୋଇଥିବା ଡାକ୍ତର ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ଡାକ୍ତର ଘରେ ଆଇସୋଲେସନରେ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି କୁହାଯାଇଛି ।

ନିକଟରେ ଲକ୍ଷ୍ନୌର କେଜିଏମ୍‌ୟୁ ହସ୍ପିଟାଲରେ ମଧ୍ୟ କୋଭିଡ୍‌-୧୯ ଟିକାର ଡବଲ୍ ଡୋଜ୍ ନେବା ସତ୍ତ୍ୱେ ୪୦ ଡାକ୍ତର ପଜିଟିଭ ହୋଇଥିଲେ ।
କରୋନା ଭାଇରସ୍ ଅନେକ ଷ୍ଟ୍ରେନ୍ ନିକଟରେ ଠାବ ହୋଇଛି । ଏହି ନୂଆ ଷ୍ଟ୍ରେନ୍ ଗୁଡିକ ଉପରେ ଟିକା କାମ କରୁଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.