ଦେଶରେ କୋରୋନା ସଂକ୍ରମଣ ୪୦ ଲକ୍ଷ ଟପିଲା, ଦିନକରେ ରେକର୍ଡ ୮୬ ହଜାର ୪୩୨ ସଂକ୍ରମିତ,୧୦୮୯ ମୃତ

ନୂଆଦିଲ୍ଲୀ – ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଟପିଛି । ୨୪ ଘଂଟାରେ ୮୬ ହଜାର ୪୩୨ ଜଣ ସଂକ୍ରମିତ ହୋଇଛନ୍ତି । ଏହା ହେଉଛି ଦେଶରେ ସର୍ବାଧିକ ଦିନିକିଆ ସଂକ୍ରମଣ । ଦିନକରେ ପ୍ରାଣ ହରାଇଛନ୍ତି ୧୦୮୯ ରୋଗୀ । ଦେଶରେ ମୋଟ କୋରୋନା ପଜିଟିଭ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୯୭କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ରହିଛି ୮ ଲକ୍ଷ ୪୬ ହଜାର ୩୯୫ । ୩୧ ଲକ୍ଷ ୭ ହଜାର ୨୨୩ ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏ ଯାଏଁ କୋରୋନାରେ ସର୍ବାଧିକ ୮ ଲକ୍ଷ ୬୩ ହଜାର ୬୨ ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ସବୁଠୁ ଅଧିକ ୮ ଲକ୍ଷ ୬୩ ହଜାର ୬୨ ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୨୫ ହଜାର ୯୬୪ ।

Comments are closed.