ପୁରୀ ଆସୁଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ଉପରେ ଜିଲ୍ଲା ପ୍ରଶାସନର କଟକଣା

ପୁରୀ – ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । କୌଣସି ହୋଟେଲରେ ବଙ୍ଗୀୟ ପର୍ଯ୍ୟଟକ ରହିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ବଙ୍ଗୀୟ ପର୍ଯ୍ୟଟକ ରହିଲେ ହୋଟେଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଫ୍ରି ଓ ପେଡ୍ ସଂଗରୋଧରେ ରହିପାରିବେ ବଙ୍ଗୀୟ ପର୍ଯ୍ୟଟକ । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାଶନ ଏଭଳି ନିଷ୍ପତ୍ତି ନେଇଛି ।

Comments are closed.