ପୁରୀ ତାଳବଣିଆ ଥାନାର ଏଏସଆଇ ନିଲମ୍ବିତ

ପୁରୀ- କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ତାଳବଣିଆ ଥାନାର ଏଏସଆଇ ଲକ୍ଷ୍‌ମଣ ସୋରେନଙ୍କୁ ସସପେଣ୍ଡ କରାଯାଇଛି । ପୁରୀ ଏସପି ତାଙ୍କୁ ସସପେଣ୍ଡ କରିଛନ୍ତି । ସୂଚନା ଅନୁସାରେ ଏଏସଆଇ ଲକ୍ଷ୍‌ମଣ ସୋରେନ ପୁରୀ ଗ୍ରୀଡକୋ ଛକରେ ଡ୍ୟୁଟି ନ କରି ଅନ୍ୟଆଡେ ବୁଲୁଥିଲେ । ଏହି ଖବର ଏସପିଙ୍କ ପାଖରେ ପହଂଚିବା ପରେ ଅଧିକ ତଦନ୍ତ କରାଯାଇ ତାଙ୍କୁ ସସପେଣ୍ଡ୍ କରାଯାଇଥିଲା ।

କିଛି ଦିନ ତଳେ କୃଷ୍ଣପ୍ରସାଦ ଥାନା ଏଏସଆଇଙ୍କୁ ଗିରଫ ସହ ନିଲମ୍ବନ କରାଯାଇଥିଲା । ପୁରୀ ସଦର ଥାନା ଲେଡି ଏସଆଇ ଅତସୀ ଜେନାଙ୍କୁ ମଧ୍ୟ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିନ କରାଯାଇଥିଲା ।

Comments are closed.