ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋରାବଜୀ କରୋନା ସଂକ୍ରମିତ ହୋଇଥିଲେ। ସୋରାବଜୀ ପୂର୍ବରୁ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଥିଲେ। ଏହା ପରେ ସେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ | ସୋଲି ସୋରାବଜୀଙ୍କ ସମ୍ପୂର୍ଣ୍ଣ ନାମ ଥିଲା ସୋଲି ଜାହାଙ୍ଗୀର ସୋରାବଜୀ | ସୋଲି ସୋରାବଜୀ ୧୯୩୦ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ | ସେ ୧୯୫୩ରୁ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୧୯୭୧ରେ ସୋଲି ସୋରାବଜୀ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ ନିଯୁକ୍ତ ହୋଇଥିଲେ।

Comments are closed.