ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଂଟ ଓ ଜମିର ଛାନଭିନ ପ୍ରକ୍ରିୟା ଆରମ୍ଭ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର-ଠକେଇ ଅଭିଯୋଗ ଓ ଅନ୍ୟାନ୍ୟ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଂଟ୍ ଓ ଜମିର ଛାନଭିନ ଆରମ୍ଭ ହୋଇଛି । ପ୍ରଦୀପଙ୍କ ବ୍ୟାଙ୍କ ଆକାଉଂଟ ଥିବା ବ୍ୟାଙ୍କକୁ ପ୍ରବର୍ତନ ନିର୍ଦ୍ଦେଶାଳୟ-ଇଡି ଚିଠି ଲେଖିଛି । ଏହାଛଡା ପ୍ରଦୀପଙ୍କ ନାଁରେ ଥିବା ଜମିର ତାଲିକା ପାଇଁ ସବରେଜିଷ୍ଟାରଙ୍କୁ ମଧ୍ୟ ଇଡି ଚିଠି ଲେଖିଛି । ଟଙ୍କା ଦେଇଥିବା ବ୍ୟକ୍ତି ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଇଡି କହିଛି । ପ୍ରଦୀପଙ୍କ ଆକାଉଂଟକୁ ଆସିଥିବା ଅଢେଇ କୋଟି ଟଙ୍କାର ଯାଂଚ ହେବ । ସୋରଡାରେ ଥିବା ଜମିର ମଧ୍ୟ ଯାଂଚ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଅଭୟ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ୨ଟି ମାମଲା ରୁଜୁ କରିବ ଇଡି ।

Comments are closed.