ପ୍ରଶାସନିକ ସ୍ତରରେ ଅଦଳବଦଳ, ଆର୍‌. ଭିନିଲକ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ, ବଲବନ୍ତ ସିଂହ ଓଏମସି ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର- ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆର. ଭିନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତି ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ବଲବନ୍ତ ସିଂହ ଓଏମସି ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅମ୍ରିତ ଋତୁରାଜ କେନ୍ଦ୍ରାପଡା ଜିଲ୍ଲାପାଳ ହୋଇଛନ୍ତି । ଯାଜପୁର ପିଡିଡିଆରଡିଏ ହୋଇଛନ୍ତି ବିଶାଲ ସିଂହ । ପ୍ରମୋଦ ବେହେରା ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ହୋଇଥିବା ବେଳେ ସରୋଜ ବେହେରା ରାୟଗଡା ଜିଲ୍ଲାପାଳ ହୋଇଛନ୍ତି । ପାରୁଲ ପଟୱାରି ପୂର୍ତ୍ତ ବିଭାଗର ଉପସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

Comments are closed.