ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍‌, ୬ ମୃତ, ୧୭ ଆହତ

ଜୟପୁର – ରାଜସ୍ଥାନର ଜାଲୋର ଜିଲ୍ଲା ମହେଶପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ହାଇ ଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବସର ଡ୍ରାଇଭର ଓ କଣ୍ଡକ୍ଟର ଅଛନ୍ତି ।

ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ମଧ୍ୟ ଜଳି ଯାଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବସ୍‌ଟି ମାଣ୍ଡୋଲିରୁ ବ୍ୟାବୋର ଯାଉଥିଲା ବେଳେ ରାସ୍ତା ଭୁଲିଯାଇ ଆଉ ଏକ ଗାଁ ଭିତରକୁ ପଶିଯାଇଥିଲା । ଗାଁର ଗୋଟିଏ ସ୍ଥାନରେ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍‌ଟି ଜଳି ଯାଇଥିଲା । ଘଟଣାସ୍ଥଳରେ ବସର ଡ୍ରାଇଭର ଓ କଣ୍ଡକ୍ଟରର ମୃତ୍ୟୁ ହୋଇଥିଲା ବେଳେ ଆଉ ୪ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

Comments are closed.