ମନସୁଖ ହିରେନ୍ ମୃତ୍ୟୁ ମାମଲାର ବି ତଦନ୍ତ କରିବ ଏନ୍‌ଆଇଏ

ମୁମ୍ବାଇ – ମୁକେଶ ଅମ୍ବାନିଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ମିଳିବା ଘଟଣାର ଯାଞ୍ଚ୍ କରୁଥିବା ଏନ୍‌ଆଇଏ ମନସୁଖ ହିରେନ ମୃତ୍ୟୁ ମାମଲାର ବି ତଦନ୍ତ କରିବ । ମୁକେଶ ଅମ୍ବାନିଙ୍କ ବହୁତଳ କୋଠା ‘ଆଣ୍ଟିଲିଆ’ ପାଖରୁ ଯେଉଁ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ମିଳିଥିଲା, ମନସୁଖ୍ ହିରେନ ତାର ମାଲିକ ଥିଲେ ।

ମନସୁଖ ହିରେନଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ ମହାରାଷ୍ଟ୍ରର ଏଟିଏସ୍ କରୁଥିଲା । ହେଲେ ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି ।

ପୂର୍ବରୁ ‘ଆଣ୍ଟିଲିଆ’ ମାମଲାରେ ଏନ୍‌ଆଇଏ ଆସିଷ୍ଟାଣ୍ଟ୍ ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେଙ୍କୁ ଗିରଫ କରିସାରିଛି । ହିରେନ୍ ବ୍ୟବହାର କରୁଥିବା ଏକ ଦାମୀ କାର୍‌କୁ ବି ଏନ୍‌ଆଇଏ ଜବତ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୨୬ରେ ହିରେନଙ୍କ ମୃତଦେହ ଥାଣେର ମୁମ୍ବ୍ରା ନିକଟସ୍ଥ ଏକ ହ୍ରଦ ମୁହାଣରୁ ମିଳିଥିଲା । ହିରେନଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ପୋଲିସ୍ ଇନ୍ସିପେକ୍ଟର ବାଜେଙ୍କ ନାମରେ ଏତଲା ଦେଇଥିଲେ ।

ଶୁକ୍ରବାର ଏନ୍‌ଆଇଏ ବାଜେଙ୍କୁ ‘ଆଣ୍ଟିଲିଆ’ ପାଖକୁ ନେଇ ବିସ୍ଫୋରକ ଭର୍ତ୍ତିା ସ୍କୋର୍ପିଓ ଗାଡ଼ି ପାର୍କି ଘଟଣାର ରିକ୍ରିଏସନ କରିଥିଲା । ଅମ୍ବାନିଙ୍କ ଘର ପାଖରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ପାର୍କିଂ ଦିନ ପିପିଇ କିଟ୍ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ସିସିଟିଭିରେ କଏଦ୍ ହୋଇଥିଲେ । ଉକ୍ତ ସନ୍ଦିଗ୍ଧ ବାଜେଙ୍କ ଛଡ଼ା ଆଉ କେହି ନୁହନ୍ତି ବୋଲି ଏନ୍‌ଆଇଏ ସନ୍ଦେହ କରୁଛି ।

Comments are closed.