ରାଜ୍ୟରେ ଗାଡି କାଗଜପତ୍ରର ବୈଧତା ଅବଧି ତିନି ମାସ ବୃଦ୍ଧି

ଭୁବନେଶ୍ୱର- ଗାଡି କାଗଜପତ୍ରର ବୈଧତା ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଉ ତିନି ମାସ ପାଇଁ ଲର୍ନର୍ସ ଲାଇସେନ୍ସର ବୈଧତା ଅବଧି ବୃଦ୍ଧି କରାଯାଇଛି । ବୈଧତା ଅବଧି ୨୦୨୧ ମାର୍ଚ୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ଡିସେମ୍ବର ୩୧ ଯାଏଁ ସମୟସୀମା ଥିଲା । ଗାଡି କାଗଜପତ୍ର ଅବଧି ବୃଦ୍ଧି ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.