ସାର କାରଖାନାରେ ଆମୋନିୟା ଗ୍ୟାସ୍ ଲିକ୍, ଦୁଇ ମୃତ, ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ପ୍ରୟାଗରାଜ – ୟୁପିର ପ୍ରୟାଗରାଜ ଜିଲ୍ଲାରେ ୟୁରିଆ ଉତ୍ପାଦନ କରୁଥିବା କାରଖାନାରେ ଆମୋନିୟା ଗ୍ୟାସ୍ ଲିକ୍ ହେବା ଯୋଗୁଁ ଅନେକ କର୍ମଚାରୀ ଅସୁସ୍ଥ ହୋଇ ପଡିଛନ୍ତି ଓ ଦୁଇ ପ୍ଲାଣ୍ଟ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥ ଥିବା ୧୪ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି। କୁହାଯାଉଛି ଯେ କମ୍ପାନୀର ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ଅଛନ୍ତି। ଗୁରୁତର ଅସୁସ୍ଥ କର୍ମଚାରୀଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି ଆସିଷ୍ଟାଣ୍ଟ ମ୍ୟାନେଜର ବିପି ସିଂ ଏବଂ ଡେପୁଟି ମ୍ୟାନେଜର ଅଭିନନ୍ଦ ।

ଇଫକୋ ପ୍ଲାଣ୍ଟରେ ଏହି ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୧୨ଟା ସମୟରେ ଏଠାରେ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା | ଦୁର୍ଘଟଣା ସମୟରେ ପ୍ରାୟ ୧୦୦ କର୍ମଚାରୀ ଏବଂ ବହୁ ଅଧିକାରୀ ପ୍ଲାଣ୍ଟରେ କାମ କରୁଥିଲେ ଇଫକୋ କମ୍ପାନୀ ସହରଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଫୁଲପୁରରେ ରହିଛି।

Comments are closed.