ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଂଚ ଏସଟିଏଫ, ୨ ଗିରଫ

ଭୁବନେଶ୍ୱର- ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚଏସଟିଏଫ । ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଏସଟିଏଫ ଚଢାଉ କରି ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ବିହାର ମୁଙ୍ଗେର ଅଂଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ୱରର ଶ୍ରୀକୃଷ୍ଣପୁରର ବିଶ୍ୱନାଥ ବିଷୋୟୀ । ସେମାନଙ୍କ ନିକଟରୁ ୫ଟି ୭ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଅଫୁଟା ଗୁଳି ଜବତ କରାଯାଇଛି । ବନ୍ଧୁକ କିଣାବିକା କରାଯାଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଲା ପରେ କ୍ରାଇମବ୍ରାଂଚ ଏସଟିଏଫ ଚଢାଉ କରିଥିଲା ।

Comments are closed.