ମରାଠା ସଂରକ୍ଷଣ ଆଇନକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ ସରକାରୀ ଚାକିରୀ ଏବଂ ଉଚ୍ଚଶିକ୍ଷାରେ ସଂରକ୍ଷଣ ସମ୍ବନ୍ଧୀୟ ମହାରାଷ୍ଟ୍ର ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ଆଜି ରଦ୍ଦି କରିଛନ୍ତି । ଏହି ଆଇନ୍ ୫୦% ସଂରକ୍ଷଣ ୀମା ଉଲ୍ଲଂଘନ କରୁଥିବାରୁ ଏହା ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଏପରି କୌଣସି ଅସାଧାରଣ ସ୍ଥିତି ଉପୁଜି ନାହିଁ ଯେ, ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ ମହାରାଷ୍ଟ୍ର ସରକାର ୫୦% ସୀମା ଲଘଂନ କରି ସଂରକ୍ଷଣ ବ୍ୟବସ୍ଥା କରିବେ । ଏଥିସହ ଏନେଇ ଜଷ୍ଟିସ୍ ଏନ୍‌ଜି ଗାଏକ୍ୱାଡ୍ କମିଶନଙ୍କ ରିପୋର୍ଟକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ମରାଠା ସଂରକ୍ଷଣ ସପକ୍ଷରେ ବମ୍ବେ ହାଇକୋର୍ଟ ରାୟକୁ ମଧ୍ୟ ରଦ୍ଦ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂରକ୍ଷଣ ସୀମା ୫୦%ରେ ସୀମିତ ରଖିବା ନେଇ ୧୯୯୨ର ଇନ୍ଦିରା ସାହନି ମାମଲାରେ ନିଜ ରାୟର ପୁନର୍ବିଚାର କରିବାକୁ ମଧ୍ୟ ସୁପ୍ରିମକୋର୍ଟ ମନା କରିଛନ୍ତି ।

Comments are closed.