ଆନ୍ତର୍ଜାତିକ ମଂଚରେ ଚୀନକୁ ଭାରତର ଝଟକା ,ଜାତିସଂଘ ମହିଳା ସଂଗଠନର ସଦସ୍ୟତା ହାସଲ

ନୂଆଦିଲ୍ଲୀ – ଆନ୍ତର୍ଜାତିକ ମଂଚରେ ଚୀନକୁ ଝଟକା ଦେଇଛି ଭାରତ । ଚୀନକୁ ପଛରେ ପକାଇ ଇକୋନୋମିକ ଆଣ୍ଡ୍ ସୋସିଆଲ୍ କାଉନସିଲ୍‌ର ସଂସ୍ଥା ତଥା ଜାତିସଂଘର କମିଶନ ଅନ୍ ଷ୍ଟାଟସ୍ ଅଫ୍ ଉମେନ୍‌ର ସଦସ୍ୟ ପଦହାସଲ କରିଛି ଭାରତ । ଏହି ଆୟୋଗ ବିଶ୍ୱବ୍ୟାପୀ ମହିଳାଙ୍କ ଅଧିକାର ପାଇଁ କାମ କରିଥାଏ । ସଦସ୍ୟତା ପାଇଁ ଭାରତ,ଚୀନ୍ ଓ ଆଫଗାନିସ୍ତାନ ମଧ୍ୟରେ ମୁଖତଃ ପ୍ରତିଦ୍ୱନ୍ଦିତା ହୋଇଥିଲା । ତେବେ, ୫୪ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ଭାରତର ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ ।

Comments are closed.