ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ପୋକ୍ସୋ କୋର୍ଟ

ଭୁବନେଶ୍ୱର – ରାଜଧାନୀ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ମାମଲାର ଗମ୍ଭୀରତା ଦୃଷ୍ଟିରୁ ୪ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । କିଛି ଦିନ ତଳେ କ୍ରାଇମବ୍ରାଂଚ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଏକ ଘରୋଇ ଟିଭି ଚ୍ୟାନେଲର କର୍ମଚାରୀ ହୋଇଥିବା ବେଳେ ଆଉ ଦୁଇ ଜଣ ସିକ୍ୟୁରିିଟି ଗାର୍ଡ । ପୀଡିତାଙ୍କ ମାଆ ଏମାନଙ୍କ ବିରୋଧରେ ଏତଲା ଦାୟର କରିଥିଲା ।

Comments are closed.