ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଏନଏସଏ ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର- ଦାଦାବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଜାତୀୟ ସୁୁରକ୍ଷା ଅଧିନିୟମ –ଏନଏସଏ ଲଗାଇଛି କମିଶନରେଟ ପୋଲିସ । ଏହି ମାମଲାରେ ଚାର୍ଜସିଟ ଦାଖଲ ହୋଇ ନ ପାରିବାରରୁ ରାଜାକୁ ଜାମିନ ମିଳିଥିଲେ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ଥିବାରୁ ତା ବିରୋଧରେ ଏନଏସଏ ଲଗାଯାଇଛି । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍ ବଣ୍ଡ ବଦଳରେ ରାଜାକୁ ଜାମିନ ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ପୋଲିସ ରାଜା ବିରୋଧରେ ଚାର୍ଜସିଟ୍ ଦାଖଲ କରିପାରି ନାହିଁ । ତେଣୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ରାଜାକୁ ଜାମିନ ଦେଇଥିଲେ ।

Comments are closed.