ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ୟୁପି ରାଜ୍ୟ ମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ ଏହି ମହାମାରୀରେ ଦେହାନ୍ତ ହୋଇଛି। ମିଶ୍ରଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କୁହାଯାଉଛି ଯେ ସେ କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ।
ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଏବଂ ୨୮,୨୮୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ସୋମବାର ଜାରି ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ କୋଭିଡ -୧୯ ମୃତ୍ୟୁସଂଖ୍ୟା ୯୯୯୭କୁ ବୃଦ୍ଧି ପାଇଛି।
ଲକ୍ଷ୍ନୌରେ ସର୍ବାଧିକ ୨୨ ଜଣଙ୍କର ମୃତ୍ୟୁ ଘଟିଛି, କାନପୁର ସହରରେ ୧୮ ଜଣ, ବାରାଣାସୀରେ ୧୦ ଜଣ, ପ୍ରୟାଗରାଜ ଏବଂ ଚାନ୍ଦୁଲିରେ ୯ ଜଣ, ବୃନ୍ଦାବନରେ ୬ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି।
Comments are closed.