କରୋନା ଅପଡେଟ୍: ଦେଶରେ ଆଉ ୨୬ ହଜାର ୩୮୨ ନୂଆ ମାମଲା

ନୂଆଦିଲ୍ଲୀ – ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୩୮୨ ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ରୋଗରେ ୩୮୭ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ଦେଶରେ ମୋଟ କରୋନା ମାମଲା ୯୯ ଲକ୍ଷ ୩୨ ହଜାର ୫୪୮ରେ ପହଞ୍ଚିଛି। ଏହି ମହାମାରୀରେ ଏଯାବତ ଏକ ଲକ୍ଷ ୪୪ ହଜାର ୯୬ ଜଣ ଲୋକ ପ୍ରାଣ ହରାଇଲେଣି | ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷ 32 ହଜାର ଦୁଇକୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୩ ହଜାର ୮୧୩ ଲୋକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୯୪ ଲକ୍ଷ ୫୬ ହଜାର ୪୪୯ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.