କରୋନା ସଙ୍କଟ: ଭାରତରେ ଆଉ ୩.୬୬ ଲକ୍ଷ ନୂଆ ମାମଲା, ୩୭୫୪ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ଛଟପଟ ହେଉଥିବା ଭାରତରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ମାସାନ୍ୟ ହ୍ରାସ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦିନକରେ ଦେଶରେ ଆଉ ୩,୬୬,୧୬୧ ନୂଆ ମାମଲା ରେକର୍ଡ କରାଯାଇଛି । ଏହି ମହାମାରୀରେ ଆଉ ୩୭୫୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ମଧ୍ୟ ଆଉ ୩ ଲକ୍ଷ ୫୩ ହଜାର ୮୧୮ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ମାମଲା ୨କୋଟି ୨୬ ଲକ୍ଷ ୬୨ ହଜାର ୫୭୫ରେ ପହଞ୍ଚିଛି । ଏଯାବତ୍ ଏହି ରୋଗରୁ ମୋଟ ୧ କୋଟି ୮୬ ଲକ୍ଷ ୭୧ ହଜାର ୨୨୨ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬କୁ ବୃଦ୍ଧି ପାଇଛି ।

ଭାରତରେ ସକ୍ରିୟ ମାମଲା କ୍ରମାଗତ ବଢ଼ି ଚାଲିଛି । ସଦ୍ୟତମ ତଥ୍ୟ ଅନୁସାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭ ଲକ୍ଷ ୪୫ ହଜାର ୭୩୨ରେ ପହଞ୍ଚିଛି । ଦେଶରେ ଏଯାବତ ୧୭ କୋଟି ୧ ଲକ୍ଷ ୭୬ ହଜାର ୬୦୩ ଜଣଙ୍କୁ ଟିକା ଦିଆଯାଇଛି ।

Comments are closed.