ଡକାୟତି ଉଦ୍ୟମ ପଣ୍ଡ, ୪ କୁଖ୍ୟାତ ଲୁଟେରାଙ୍କୁ ଗିରଫ କଲା ଖଲ୍ଲିକୋଟ ପୋଲିସ, ଅସ୍ତ୍ରଶସ୍ତ୍ର ଜବତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ବଡ ସଫଳତା ମିଳିଛି । ୪ କୁଖ୍ୟାତ ଲୁଟେରାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଲୁଟେରାଙ୍କଠାରୁ ୬ଟି ବନ୍ଧୁକ, ୧୩ ରାଉଣ୍ଡ ଗୁଳି, ୫ଟି ମାଗାଜିନ୍‌, ଦୁଇଟି ଖଣ୍ଡା ଓ ତିନିଟି ବାଇକ ଜବତ କରାଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଆଡିସିନାଲ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ବହୁଦିନ ଧରି ଖଲ୍ଲିକୋଟ ଅଂଚଳରେ ଚୋରି, ଡକାୟତି ଓ ରାହାଜନୀ ଚାଲିଆସୁଥିବା ବେଳେ ଏହାକୁ ରୋକିବା ପାଇଁ ଗଂଜାମ ଏସପି ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଲୁଟେରାଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ ଧରଣର ଡକାୟତି ପାଇଁ ଯୋଜନା ଚାଲିଥିଲା ବେଳେ ପୋଲିସ ଚଢାଉ କରିଥିଲା ।

Comments are closed.