ଲାଂଚ ମାମଲା, ଆତ୍ମସମର୍ପଣ କଲେ ବାଲେଶ୍ୱର ଟାଉନ ଥାନାର ପୂୂର୍ବତନ ଆଇଆଇସି ସରୋଜିନୀ ନାୟକ

ବାଲେଶ୍ୱର- ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ଆତ୍ମସମର୍ପଣ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଳକୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସରୋଜିନୀଙ୍କୁ ୧୪ ଦିନ ପାଇଁ ଜେଲ୍ ପଠାଇ ଦିଆଯାଇଛି । ଲାଂଚ ନେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା ଭିଜିଲାନ୍ସ ବିଭାଗ । ସରୋଜିନୀ ଫେରାର ଥିଲେ ।

 

Comments are closed.