ବଲାଙ୍ଗିର ଜିଲ୍ଲା ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଗତକାଲି ବିଳମ୍ବିତ ରାତିରେ ୨୦ରୁ ୨୫ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଜଣଙ୍କ ଘରୁ ସେମାନେ ପ୍ରାୟ ୭ ଲକ୍ଷ ଟଙ୍କା ସହ ୧୭ ଭରି ସୁନା ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଏସପି ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛନ୍ତି । ସାଇଂଟିଫିକ ଟିମ୍‌ର ମଧ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ପୋଲିସ ଟିମ୍ ଗଠନ ହୋଇଛି ।

Comments are closed.