ଇଣ୍ଡିଆନ ଏକାଡେମୀ ଅଫ୍ ଫରେନସିକ ମେଡିସିନ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଟକର ଏସସିବି ମେଡିକାଲ କଲେଜ ଆଣ୍ଡ୍ ହସପିଟାଲରେ ଆୟୋଜିତ ଇଣ୍ଡିଆନ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନର ଜାତୀୟ ବାର୍ଷିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭର୍ଚୁଆଲ୍ ଭାବେ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଦେଶ ତଥା ବିଶ୍ୱର ସବୁ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଫରେନସିକ୍ ମେଡିସିନ ସଂପର୍କିତ ବୈଜ୍ଞାନିକ ବିଚାରବିମର୍ଶ କୌଶଳ, ଉନ୍ନତ ଜ୍ଞାନ ଓ ନୂଆ ଉପକରଣ ଉପରେ ଆଲୋକପାତ କରିବ । ପ୍ରକୃତ ଅପରାଧୀ ଜାଣିବା ପାଇଁ ଆଇନଗତ ପ୍ରକ୍ରିୟା ପ୍ରମାଣ ଆବଶ୍ୟକ କରେ । ଆଉ ଫରେନସିକ ବିଜ୍ଞାନ ଠୋସ ପ୍ରମାଣ ଯୋଗାଇବାରେ ସାହାଯ୍ୟ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ନ୍ୟାୟ ପାଇଁ ଫରେନସିକ୍ ବିଜ୍ଞାନରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Comments are closed.