ବୁର୍ଲା ଭିସୁଟରେ ଛାତ୍ରଛାତ୍ରୀ କୋରୋନା ପଜିଟିଭ ନେଇ ଏସିଏସଙ୍କ ସ୍ପଷ୍ଟୀକରଣ : କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିଲା

ଭୁବନେଶ୍ୱର- ବୁର୍ଲା ଭିସୁଟରେ ୨୫ରୁ ଅଧିକ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିଲା ବୋଲି ସେ କହିଛନ୍ତି । ଆରଟି-ପିସିଆର ଟେଷ୍ଟରେ କେହି ପଜିଟିଭ ଆସି ନ ଥିବା ସେ ସୂଚନା ଦେଇଛନ୍ତି । ବୁର୍ଲା ଭିସୁଟରେ ଆଂଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା ।

Comments are closed.