ଭାରତୀୟ ମୋବାଇଲ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଆସନ୍ତା ୩ ବର୍ଷରେ ପ୍ରତି ଗାଁରେ ମିଳିବ ଇଂଟରନେଟ୍

ନୂଆଦିଲ୍ଲୀ-ଆସନ୍ତା ୩ ବର୍ଷରେ ଦେଶର ପ୍ରତି ଗାଁରେ ଇଂଟରନେଟ ସୁବିଧା ମିଳିବା ସହ ସବୁଠି ହାଇସ୍ପିଡ୍ ଫାଇବର ଅପ୍ଟିକ ଡାଟା କନେକ୍ଟିଭିିଟି ମିଳିବ । ଭାରତୀୟ ମୋବାଇଲ କଂଗ୍ରେସ-ଆଇଏମସିକୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋବାଇଲ କଂଗ୍ରେସକୁୁ ସମ୍ବୋଧନ କରି ଆରଆଇଏଲ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ, ୨୦୨୧ ମଧ୍ୟଭାଗ ସୁଦ୍ଧା ଦେଶରେ ୫ଜି ସୁବିଧା ଉପଲବ୍ଧ ହେବ । ସମସ୍ତଙ୍କୁ ଯେପରି ଏହି ସୁବିଧା ମିଳିପାରିବ, ସେଥିପାଇଁ ନୀତିରେ ସୁଧାର ଦରକାର ବୋଲି ମୁକେଶ କହିଛନ୍ତି ।

Comments are closed.