ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି ଜାରି, ଦିନକରେ ୨୯୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ୨୯୦ କୋରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୭୧ ଓ ସ୍ଥାନୀୟ ଅଂଚଳରୁ ୧୧୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦ ଆକ୍ରାନ୍ତ । ଝାରସୁଗୁଡା ଜିଲ୍ଲାରୁ ୨୧, କଟକ ଜିଲ୍ଲାରୁ ୧୬, ବରଗଡରୁ ୧୫, ସୁନ୍ଦରଗଡରୁ ୧୪, ସମ୍ବଲପୁରରୁ ୧୧,ମୟୂରଭଂଜ ଓ ଅନୁଗୁଳରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୭ ପୁରୀରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments are closed.