ଅଚଳ ହେବ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ – ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଅଚଳ ହୋଇପାରେ । ସୂଚନା ଅନୁସାରେ ମାର୍ଚ୍ଚ ପରେ ଏହି ସବୁ ପୁରୁଣା ନୋଟ୍‌କୁ ପର୍ଯ୍ୟାୟ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପ୍ରତ୍ୟାହାର କରିବ । ଯଦିଓ ଏ ସମ୍ପର୍କରେ ଆର୍‌ବିଆଇ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତେବେ ଆର୍‌ବିଆର ସହକାରୀ ମ୍ୟାନେଜର ବି.ମହେଶ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ଏହି ପୁରୁଣା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ବିଚାର କରାଯାଉଛି । ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ବଦଳରେ ନୂଆ ନୋଟ୍ ବଜାରକୁ ଆସି ସାରିଛି । ତେଣୁ ପୁରୁଣା ନୋଟ୍ ବନ୍ଦ ହେଲେ ଲୋକଙ୍କୁ ସେଭଳି କିଛି ଅସୁବିଧା ହେବ ନାହିଁ ବୋଲି ମହେଶ କହିଛନ୍ତି ।

Comments are closed.