ଅଢେ଼ଇ ମାସ ପରେ ଆଜି ପୁଣି ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ସୀମାରେ ଉତ୍ତେଜନା ହ୍ରାସ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ – ପୂର୍ବ ଲଦାଖ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଦୂର କରିବା ପାଇଁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଆଜି ପୁଣିଥରେ ହେବାକୁ ଯାଉଛି। ଚୀନ୍ ପକ୍ଷରୁ ଏହି ବୈଠକ ଡକାଯାଇଛି। ପ୍ରାୟ ଅଢେ଼ଇ ମାସ ପରେ ଦୁଇ ଦେଶ ମଧ୍ୟରେ ଏକ ବୈଠକ ହେବ। ଭାରତ ଏବଂ ଚୀନ୍ ମଧ୍ୟରେ ନବମ ରାଉଣ୍ଡ ସାମରିକ କମାଣ୍ଡର ସ୍ତରୀୟ ବୈଠକ ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି।

ସୂଚନାନୁସାରେ, ଲେହ ସ୍ଥିତ ୧୪ତମ କର୍ପସ (ଫାୟାର ଆଣ୍ଡ ଫ୍ୟୁରି କର୍ପସ) ର କମାଣ୍ଡର ଜେନେରାଲ ପି.ଜି.କେ ମେନନ ଭାରତୀୟ ସେନାର ନେତୃତ୍ୱ ନେବାକୁ ଥିବା ବେଳେ ପିଏଲଏ-ସେନାର ଦକ୍ଷିଣ ଜିଙ୍ଗଜିଆଙ୍ଗ ଜିଲ୍ଲାର କମାଣ୍ଡର ନେତୃତ୍ୱ ନେବେ। ଦୁଇ ଦେଶ ମଧ୍ୟରେ ଏହି ବୈଠକ ଏଲ୍ଏସି ରେ ଚୀନ୍ ର ମଲଡୋ ବିପିଏମ୍-ହଟରେ ଅନୁଷ୍ଠିତ ହେବ । ଏଲ୍ଏସିରୁ ଦୁଇ ଦେଶର ସୈନିକ ପ୍ରତ୍ୟାହାର କରିବା ଏବଂ ସୈନିକଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିବା ଏହି ବୈଠକର ଏଜେଣ୍ଡା ହେବ।

Comments are closed.