ଅର୍ଣ୍ଣବଙ୍କ ହ୍ୱାଟ୍‌ସଆପ୍ ଚାଟ୍‌ର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଳୀ – ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ‘ବାର୍କ’ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍ ବାର୍ତ୍ତାଳାପ ଲିକ୍ ହେବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନ୍‌ାକୁ ଆସିଛି । ବାଲାକୋଟ୍ ଉପରେ ଆକ୍ରମଣ ଯୋଜନା ନେଇ ଅର୍ଣ୍ଣବଙ୍କ ପାଖରେ ଆଗୁଆ ସୂଚନା ଥିଲା । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବାଲାକୋଟ୍ ଆକ୍ରମଣ ଯୋଜନା କରିଥିଲା ବୋଲି ଲିକ୍ ହୋଇଥିବା ହ୍ୱାଟ୍‌ସଆପ୍ ଚାଟ୍‌ରୁ ସ୍ପଷ୍ଟ ହୋଇଛି । ଜାତୀୟ ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସମ୍ପର୍କରେ ଅର୍ଣ୍ଣବ କିପରି ଆଗୁଆ ଜାଣିଲେ ବୋଲି କଂଗ୍ରେସ ପ୍ରଶ୍ନ କରିିଛି । ବିଜେପି ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ସାର୍ବଜନୀନ କରି ଦେଶର ସୁରକ୍ଷା ପ୍ରତି ସାଲିସ କରିଛି ବୋଲି କଂଗ୍ରେସ ଅଭିଯୋଗ କରିିଛି । ଅର୍ଣ୍ଣବଙ୍କ ହ୍ୱାଟ୍‌ସଆପ୍ ଚାଟ୍‌ର ତଦନ୍ତ ସଂସଦୀୟ ଯୁଗ୍ମ କମିଟି ଦ୍ୱାରା କରିବାକୁ ଦଳ ଦାବି କରିଛି ।

ଏହି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଘେରିବାକୁ କଂଗ୍ରେସ ଯୋଜନା କରିଛି । ଆଜି ଦଳ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅର୍ଣ୍ଣବ ହ୍ୱାଟ୍‌ସଆପ୍ ଚାଟ୍‌ର ଜେପିସି ତଦନ୍ତ କରିବାକୁ ଦାବି କରିବ ।

Comments are closed.