ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଭୁବନେଶ୍ୱର -ଦୁର୍ନୀତି ମାମଲାରେ ଫସିଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସରକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇପଡିଥିବା ଅଭୟକାନ୍ତଙ୍କ ପାଇଁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସରର ସୁପାରିଶ କରିଥିଲେ । ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଅଭୟକାନ୍ତ । ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ସ୍ୱରୂପ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ରାଜ୍ୟ ସରକାର ।

Comments are closed.