ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର ହୋଇପାରେ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୧ ର ଅଧିକାଂଶ ଅବଶିଷ୍ଟ ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇପାରେ | ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଏଥିପାଇଁ ମୁମ୍ବାଇରେ ସମସ୍ତ ବ୍ୟବସ୍ଥା କରାଯାଉଛି। ସୋମବାର ଦୁଇ କେକେଆର୍ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଆରସିବି ଏବଂ କେକେଆର୍ ମଧ୍ୟରେ ମ୍ୟାଚ୍ ମଧ୍ୟ ସ୍ଥଗିତ ରଖାଯାଇଥିଲା।

ବିସିସିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ସପ୍ତାହ ଶେଷରେ ଆଇପିଏଲ୍ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇପାରେ। ଅର୍ଥାତ୍ କୋଲକାତା ଏବଂ ବେଙ୍ଗାଲୁରୁରେ ଆଉ ମ୍ୟାଚ୍ ଖେଳାଯିବ ନାହିଁ | ଏହାଛଡ଼ା ପ୍ଲେ ଅଫ୍ ସମେତ ଫାଇନାଲ୍ ମଧ୍ୟ ଅହମ୍ମଦାବାଦରୁ ସ୍ଥାନାନ୍ତର ହେବ । ଏହି ସମସ୍ତ ମ୍ୟାଚ୍ କେବଳ ମୁମ୍ବାଇରେ ଅନୁଷ୍ଠିତ ହେବ । ତେବେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ବିସିସିଆଇର ଏହି ଯୋଜନା ଅନୁଯାୟୀ, ମେ ୮ କିମ୍ବା ୯ରୁ ଆଇପିଏଲର ସମସ୍ତ ମ୍ୟାଚ୍ ମୁମ୍ବାଇର ତିନୋଟି ଷ୍ଟାଡିୟମରେ ଖେଳାଯାଇପାରେ । ୱାଙ୍ଖେଡେ ବ୍ୟତୀତ ବ୍ରାବୋର୍ଣ୍ଣ ଏବଂ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ୍ ଅନୁଷ୍ଠିତ ହେବ | ୱାଙ୍ଖେଡେରେ ଚଳିତ ସିଜନ୍ ୧୦ଟି ମ୍ୟାଚ୍ ଖେଳାଯାଇଛି | ଅବଶିଷ୍ଟ ଦୁଇଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି ।

Comments are closed.