ଆଜିଠାରୁ ଓଡିଶା ପୋଲିସର ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ, ସିଡିଏସ ବିପିନ ରାୱତ ଦେବେ ଉଦଘାଟନୀ ଭାଷଣ

ଭୁବନେଶ୍ୱର- ଓଡିଶା ପୋଲିସର ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି । ଡିସେମ୍ବର ୩୦ ତାରିଖ ଯାଏଁ ଏହା ଚାଲିବ । ଡିଜିପି ଅଭୟ ଅପରାହ୍ନ ୩ଟାରେ ସମ୍ମିଳନୀକୁ ଉଦଘାଟନ କରିବେ । ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ତାରିଖରେ ସମ୍ମିଳନୀର ବିଦାୟକାଳୀନ ଭାଷଣ ଦେବେ । ସମ୍ମିଳନୀରେ ରାଜ୍ୟର ସବୁ ଜିଲ୍ଲାର ଏସପି, ଡିଏସପି,ସବୁ ସଶସ୍ତ୍ର ପୋଲିସ ବାଟାଲିୟନନର କମାଣ୍ଡାଂଟ୍‌, ରେଂଜ ଆଇଜି, ଡିଆଇଜି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେବେ । ସମ୍ମିଳନୀରେ ଆଇନ ଶୃଙ୍ଖଳା, ଅପରାଧ ଦୃଶ୍ୟପଟ୍ଟ, ବାମପନ୍ଥୀ ଚରମବାଦ, ସଂଗଠିତ ଅପରାଧ, ଡ୍ରଗ୍ ଚାଲାଣ, ସଡକ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ।

Comments are closed.