ମୋଦିଙ୍କ ଆଜି ବର୍ଷର ଶେଷ ‘ମନ୍ କି ବାତ୍‌’, ଥାଳି ବାଡ଼େଇ ପ୍ରତିବାଦ କରିବେ ଚାଷୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ମନକଥା କହିବେ । ଚଳିତବର୍ଷର ଏହା ମୋଦିଙ୍କ ଶେଷ ‘ମନ୍ କି ବାତ୍‌’ ହେବ । ଚାଷୀ ଆନ୍ଦୋଳନ ପରୀପ୍ରେକ୍ଷୀରେ ମୋଦି ‘ମନ୍ କି ବାତ୍‌’ରେ ପୁଣି କୃଷି ଆଇନକୁ ଗୁରୁତ୍ୱ ଦେଇପାରନ୍ତି । ମୋଦିଙ୍କ ଏହି ‘ମନ୍ କି ବାତ୍‌’ ସମୟରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ଥାଳି ବାଡ଼େଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆନ୍ଦୋଳନରେ ଯେଉଁ ଚାଷୀ ସାମିଲ ହୋଇନାହାନ୍ତି ସେମାନଙ୍କୁ ମଧ୍ୟ ନିଜ ଘରେ କିମ୍ବା ଅଗଣାରେ ଥାଳି ପିଟି ପ୍ରତିବାଦ କରିବାକୁ କୃଷକ ସଂଗଠନମାନେ ଆହ୍ୱାନ କରିଛନ୍ତି ।

କୃଷି ଆଇନ ନେଇ ସରକାରଙ୍କ ଆଲୋଚନା ନିମନ୍ତ୍ରଣକୁ କୃଷକ ସଂଗଠନମାନେ ଗ୍ରହଣ କରିିଥିଲେ ବି ସେମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି । ଡିସେମ୍ବର ୨୯ରେ କୃଷକ ସଂଗଠନ-ସରକାରଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଆଇନରେ କୌଣସି ପ୍ରକାର ସଂଶୋଧନ ସେମାନେ ଚାହୁଁ ନାହାନ୍ତି । ତିନୋଟି ଯାକ କୃଷି ଆଇନକୁ ରଦ୍ଦ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି ।

Comments are closed.