ଆଜିଠାରୁ ସାରା ରାଜ୍ୟରେ ଡବଲ ହେଲମେଟ ନିୟମ କଡାକଡି

ଭୁବନେଶ୍ୱର- ଆଜିଠାରୁ ସାରା ରାଜ୍ୟରେ ଡବଲ୍ ହେଲମେଟ ନିୟମ କଡାକଡି ଭାବେ ପାଳନ ହେବ । ବାଇକ ଚାଳକ ସମେତ ପଛରେ ବସିଥିବା ଲୋକ ବି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ହେଲମେଟ ନ ପିନ୍ଧିଲେ ଗାଡିଚାଳକଙ୍କୁ ଜୋରିମାନା ଦେବାକୁ ପଡିବ । ଡ୍ରାଇଭିଂ ଲାଇସେନ୍ସ ବି ବାତିଲ ହୋଇଯିବ । ଆଗରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ଥିଲା । ହେଲେ ଆଜିଠାରୁ ଡବଲ୍ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ହେଲେ ବାଇକ ପଛରେ ବସିଥିବା ଲୋକ ଯଦି ହେଲମେଟ ପିନ୍ଧି ନ ଥାଏ,ତାହା ହେଲେ ବାଇକ ଚାଳକଙ୍କୁ ହିଁ ଜୋରିମାନା ଦେବାକୁ ପଡିବ । କେବଳ ହେଲମେଟ ଚେକିଂ ନୁହେଁ, ମଦ୍ୟପାନ କରି ଗାଡି ଚଳାଇବା ଓ ବିନା ଇନସ୍ୟୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଉଥିବା ଲୋକେ ଜୋରିମାନା ଦେବେ ।

Comments are closed.