ଆଜି ଅପରାହ୍ନରେ ଓଡିଶା ଆସିବ ଦ୍ୱିତୀୟ ଦଫା ଟିକା

ଭୁବନେଶ୍ୱର-ଆଜି ଅପରାହ୍ନ ୪ଟା ୨୫ ମିନିଟରେ ଓଡିଶାରେ ଦ୍ୱିତୀୟ ଦଫା ଟିକା ପହଂଚିବ । ଆଜି ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ ପହଂଚିବ । ପ୍ରଥମ ପର୍ଯ୍ୟାୟରେ ଡାଟାବେସରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା । ଆଜି ଟିକାଦାନ ନେଇ କିଛି ସେସନସ୍ ହ୍ରାସ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ୧୯୨ଟି ସେସନ୍‌ସରେ ଟିକା ଦିଆଯାଉଛି । ଆଜି ୧୬ ହଜାର ୨୬୧ ଜଣଙ୍କୁ ଟିକା ଦାନ ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ୭ ଜଣଙ୍କଠାରେ ସାମାନ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Comments are closed.