ଆଣ୍ଟିଲିଆ ମାମଲା: ସଚିନ ବାଜେଙ୍କ ସହଯୋଗୀ ରିୟାଜୁଦ୍ଦିନ କାଜୀଙ୍କୁ ଗିରଫ କଲା ଏନଆଇଏ

ମୁମ୍ବାଇ – ସଚିନ ବାଜେଙ୍କ ସହଯୋଗୀ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ରିୟାଜୁଦ୍ଦିନ କାଜୀଙ୍କୁ ଏନଆଇଏ ଗିରଫ କରିଛି। ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ଏବଂ ସେହି କାରର ମାଲିକ ମାନସୁଖ ହିରେନଙ୍କ ହତ୍ୟା ମାମଲାରେ ସଚିନ ବାଜେଙ୍କ ପରେ ଏହା ହେଉଛି ଦ୍ୱିତୀୟ ଗିରଫଦାରୀ । ରିଆଜ କାଜୀଙ୍କୁ ଏନଆଇଏ ପକ୍ଷରୁ ଅନେକ ଥର ପଚରାଉଚରା କରାଯାଇଥିଲା । ସଚିନ ବାଜେ ଗିରଫ ହେବା ପରେ ରିଆଜ କାଜୀ ଏନଆଇଏର ରାଡାରରେ ଥିଲେ।

ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ତଥା ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ରିୟାଜ କାଜୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। କିଛି ଦିନ ପୂର୍ବରୁ ରିୟାଜୁଦ୍ଦିନ କାଜୀ ସରକାରୀ ସାକ୍ଷୀ ହେବାକୁ ଚେଷ୍ଟା କରୁଥିବା ମଧ୍ୟ ଖବର ଆସିଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଏନ୍ଆଇଏ ଶେଷରେ କାଜୀଙ୍କୁ ଗିରଫ କରିଛି |

Comments are closed.