‘ଆଣ୍ଟିଲିଆ’ ମାମଲା: ସଚିନ ବାଜେଙ୍କ ଉପସ୍ଥିତିରେ ବାନ୍ଦ୍ରା ନଦୀରୁ ଉଦ୍ଧାର ହେଲା ହାର୍ଡ ଡିସ୍କ, କାର୍ ନମ୍ବର ପ୍ଲେଟ୍

‌ମୁମ୍ବାଇ – ମୁକେଶ ଅମ୍ବାନିଙ୍କ କୋଠା ‘ଆଣ୍ଟିଲିଆ’ ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ମାମଲାରେ ଗିରଫ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କୁ ଆଜି ଏନ୍‌ଆଇଏ ଟିମ୍ ବାନ୍ଦ୍ରାର ଏକ ନଦୀ ନିକଟକୁ ନେଇଥିଲେ । ସଚିନଙ୍କ ଉପସ୍ଥିତିରେ ବାନ୍ଦ୍ରା ନଦୀରୁ ଏକ ହାର୍ଡଡିସ୍କ ଏବଂ ଏକ କାର୍‌ର ନମ୍ବର ପ୍ଲେଟ୍ ଉଦ୍ଧାର କରାଯାଇଛି ।

ବିସ୍ଫୋରକ ଭର୍ତ୍ତି ଗାଡ଼ି ପାର୍କିଂ ମାମଲାର ମୁଖ୍ୟ ଅଭିଯୁକ୍ତ ବାଜେ ବ୍ୟବସାୟୀ ମନସୁଖ ହିରେନଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାର ମଧ୍ୟ ଜଣେ ସନ୍ଦିଗ୍ଧ । ଏନ୍‌ଆଇଏ ବର୍ତ୍ତମାନ ଏହି ଦୁଇ ମାମଲାର ତଦନ୍ତ କରୁଛି । ଏପ୍ରିଲ ୩ ଯାଏଁ ବାଜେ ଏନ୍‌ଆଇଏ ହାଜତରେ ରହିବେ ।
ପୂର୍ବରୁ ଏନ୍‌ଆଇଏ ବାଜେଙ୍କ ଘରୁ ବେଆଇନ ଭାବେ ରଖାଯାଇଥିବା ୬୨ ଗୁଳି ଜବତ କରିଥିଲା । ଅନ୍ୟପକ୍ଷେ ତାଙ୍କ ସର୍ଭିସ ରିଭଲଭର ପାଇଁ ମିଳିଥିବା ୩୦ ଗୁଳି ଭିତରୁ କେବଳ ପାଞ୍ଚ ଗୁଳି ମିଳିଥିଲା । ଅବଶିଷ୍ଟ ଗୁଳି କେଉଁଠି ଅଛି ତାହା ବାଜେ କହୁନଥିବା ଏନ୍‌ଆଇଏ ଗତ ଗୁରୁବାର ମୁମ୍ବାଇର ଏକ କୋର୍ଟକୁ ଜଣାଇଥିଲା ।

 

Comments are closed.