ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ନିର୍ମାଣର ସ୍ଥାୟିତ୍ବ ବୃଦ୍ଧି ସମ୍ଭବ: ମନ୍ତ୍ରୀ

ଭୁବନେଶ୍ୱର: ବର୍ଭମାନ ଟେକ୍ନୋଲୋଜିର ଯୁଗ । ସାଧାରଣ ଭାବେ ଯାହା ସମ୍ଭବ ନୁହେଁ ତାହା ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଖୁବ୍ କମ୍ ସମୟ ମଧ୍ୟରେ ସମ୍ଭବ ହୋଇପାରୁଛି । ନିର୍ମାଣ କ୍ଷେତ୍ରରେ ଆଜି ଆମ ଇଂଜିନିୟରମାନେ ନିଜର ଜ୍ଞାନ ଓ ବୁଦ୍ଧିକୁ ପ୍ରୟୋଗ କରି ବହୁ ଅସମ୍ଭବକୁ ସମ୍ଭବ କରି ପାରିଛନ୍ତି । ତେବେ ନିର୍ମାଣର ସ୍ଥାୟିତ୍ଵକୁ ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଉପରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗୁରୁତ୍ବ ଆରୋପ କରିଛନ୍ତି ।

ନିର୍ମାଣସୌଧଠାରେ ‘ ସ୍ମାର୍ଟ ଅଣ୍ଡର ୱାଟର ଇନ୍‌ସପେସନ ସଲ୍ୟୁସନ୍ ’ ଶୀର୍ଷକ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ମଲ୍ଲିକ ନିର୍ମାଣ ଇଂଜିନିୟରମାନଙ୍କୁ ଉଦ୍‌ବୋଧନ ଦେଇ ପାରମ୍ପରିକ ପଦ୍ଧତି ସହ ସମୟ ଅନୁସାରେ ନୂଆ ଜ୍ଞାନକୌଶଳକୁ କର୍ମକ୍ଷେତ୍ରରେ ଆପଣାଇବାକୁ ପରାମର୍ଶ ଦେଇଥିଲେ ।

ଏହି ଉପସ୍ଥାପନ କାର୍ଯ୍ୟକ୍ରମରେ ପ୍ଲାନିଜ୍ ଟେକ୍‌ନୋଲୋଜିସ୍‌ର ପରାମର୍ଶଦାତା ପି.ଏ. କ୍ରିଷ୍ଣନ୍ ଯୋଗଦେଇ ନୂତନ ଜ୍ଞାନକୌଶଳ ଦ୍ୱାରା ନଦୀ , ସମୂଦ୍ର ଏବଂ ଗଭୀର ଜଳ ମଧ୍ୟରେ ଯୁବା ବିଭିନ୍ନ ନିର୍ମାଣର ଯାଞ୍ଚ , ପରୀକ୍ଷଣ ଓ ମରାମତି ଆଦି ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂଜିନିୟର ଇନ୍ ଚିଫ୍ ( ସିଭିଲ ) ଅନୀଲ କୁମାର ତ୍ରିପାଠୀ , ଚିଫ୍ ଇଂଜିନିୟର ( ଡିଜାଇନ୍ ) ଡଃ ଏନ୍ . ସି . ପାଲ , ଚିଫ୍ ଇଂଜିନିୟର ( ରୋଡ୍ ) ଏମ୍.ଆର୍.ମିଶ୍ର , ଚିଫ୍ ଇଂଜିନିୟର ( ୱାର୍ଲଡ ବ୍ୟାଙ୍କ ) ପି.କେ.ପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧୁକାରୀ ଓ ଇଂଜିନିୟରମାନେ ଉପସ୍ଥିତ ଥିଲେ ।

Comments are closed.