ବିଜେପିର ‘ପୋଷ୍ଟର ବୟ’ ବି ଚାଷୀ ଆନ୍ଦୋଳନରେ ସାମିଲ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ବିଜେପି କୃଷି ଆଇନ ସପକ୍ଷରେ ପ୍ରଚାର ଜୋରଦାର କରିଛି । ଏଥିପାଇଁ ବହୁ ସଭାସମିତି ସହ ପୋଷ୍ଟର ଜରିଆରେ ନୂଆ କୃଷି ଆଇନର ଲାଭ ବିଷୟରେ ଡିଣ୍ଡିମ ପିଟୁଛି । ଏହାରି ଭିତରେ ଏକ ପୋଷ୍ଟର ସାମ୍ନାକୁ ଆସିଥିଲା । ଉକ୍ତ ପୋଷ୍ଟରରେ ଜଣେ ଯୁବ ଚାଷୀଙ୍କ ଫଟୋ ରହିିଛି, ଯିଏ କି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ନିଜ ଫସଲ ବିକ୍ରି କରିଥିବା କହୁଛନ୍ତି ।

ଉକ୍ତ ଚାଷୀଙ୍କ ନାମ ହେଉଛି ହରପ୍ରୀତ ସିଂହ । କୃଷି ଆଇନ ସମର୍ଥନରେ ଏହି ପୋଷ୍ଟର ବିଜେପିର ପଞ୍ଜାବ ଶାଖା ତରଫରୁ ଜାରି କରାଯାଇଥିଲା । ପୋଷ୍ଟରରେ ହରପ୍ରୀତଙ୍କୁ ଜଣେ ସୁଖୀ ଚାଷୀ ଭାବେ ଉପସ୍ଥାପନ କରାଯାଇଥିଲା । କିନ୍ତୁ ହରପ୍ରୀତ ଦିଲ୍ଲୀର ସିଂଘୁ ସୀମାରେ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ତାଙ୍କ ଫଟୋ ବିଜେପି ପୋଷ୍ଟରରେ ବ୍ୟବହାର କରାଯାଇଥିବା ଜାଣିବା ପରେ ହରପ୍ରୀତ ରାଗିଛନ୍ତି । ସେ କହିଛନ୍ତି ଯେ, ବିଜେପି ତାଙ୍କର ବିନା ଅନୁମତିରେ ତାଙ୍କ ଫଟୋକୁ ବ୍ୟବହାର କରିଛି । ଜିଓର ଅନଲିମିଟେଡ୍ ଇଣ୍ଟରନେଟ୍ ଭଳି ବିଜେପିର ଲଜ୍ଜାହୀନତାର କୌଣସି ସୀମା ନାହିଁ ବୋଲି ସେ କହିଛନ୍ତି । ସେପଟେ ବିଜେପିର ପଞ୍ଜାବ ୟୁନିଟ୍ ଉକ୍ତ ପୋଷ୍ଟରକୁ ନିଜ ଫେସବୁକ୍ ଆକାଉଣ୍ଟରୁ ହଟାଇ ଦେଇଛି ।

Comments are closed.