ଆପ୍‌ର ଅଭିଯୋଗ: ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରି ରଖିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ – ଦଳର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି । ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବା ପରେ ସୋମବାର ଠାରୁ ଦିଲ୍ଲୀ ପୋଲିସ କେଜିରୱାଲଙ୍କୁ ଗୃହବନ୍ଦୀ କରି ରଖିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ଏଭଳି କରାଯାଇଛି ବୋଲି ଆପ୍ ଅଭିଯୋଗ କରିଛି । କେଜରିୱାଲଙ୍କୁ ଘରୁ ବାହାରିବାକୁ ଦିଆଯାଉନି କି ତାଙ୍କ ସହ କାହାକୁ ଭେଟିବାକୁ ମଧ୍ୟ ଅନୁମତି ମିଳୁନାହିଁ । ସିଭିଲ ଲାଇନ ସ୍ଥିତ ତାଙ୍କ ଘର ଚାରିପଟେ ବାରିକେଡ୍ କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦଳୀୟ ବିଧାୟକ କେଜରିୱାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିବା ବେଳେ ସେମାନଙ୍କୁ ପୋଲିସ୍ ମାଡ଼ ମାରିଥିଲା ବୋଲି ଆପ୍ ର ପ୍ରବକ୍ତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ।

Comments are closed.