ଆର୍ଥକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସଂରକ୍ଷଣ ସ୍ଥାନ ସଂରକ୍ଷଣ , ନାମଲେଖା କ୍ୟାଲେଣ୍ଡରରେ ପରିବର୍ତ୍ତନ

ଭୁବନେଶ୍ୱର- ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁସାରେ ଘରୋଇ ବା ବେରକାରୀ ସ୍କୁଲରେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ତେବେ ରାଜ୍ୟରେ ଘରୋଇ ସ୍କୁଲଗୁଡିକ ଏହି ବ୍ୟବସ୍ଥା ଠିକ୍ ରୂପେ ଲାଗୁ କରି ନ ଥିବାରୁ ୨୦୨୧-୨୨ ଶିକ୍ଷାବର୍ଷରୁ ଅନଲାଇନରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହି ଅନୁସାରେ ଫେବ୍ରୁଆରୀ ୨୦ରୁ ୩୦ ଏପ୍ରିଲ ଯାଏଁ ନାମଲେଖା ପ୍ରକ୍ରିୟା କରିବାକୁ ସ୍ଥିର ହୋଇଥିଲା । ଏବେ କିନ୍ତୁ ନାମଲେଖା କ୍ୟାଲେଣ୍ଡରରେ ପରିବର୍ତ୍ତନ କରାଯାଇଛି । ନୂଆ ଧାର୍ଯ୍ୟ ସମୟ ଅନୁସାରେ ଏଣିକି ଜୁନ ୭ ଯାଏଁ ନାମଲେଖା ପ୍ରକ୍ରିୟା ଜାରି ରହିବ ।

Comments are closed.