ମହିଳା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା

ଭୁବନେଶ୍ୱର- ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ମମତା, ମିଶନ ଶକ୍ତି ଓ ନ୍ୟୁଟ୍ରିସନ ବଜେଟ୍ ଓ ବ୍ୟବସ୍ଥାପିକାରେ ମହିଳାମାନଙ୍କ ଭାଗିଦାରୀ ଭଳି ପଦକ୍ଷେପ ଜରିଆରେ ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ।

ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ସହ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ନେତ୍ରୀ ସୃଷ୍ଟି କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.