ଆସନ୍ତାକାଲି ଠାରୁ କର୍ଣ୍ଣାଟକରେ ୧୪ ଦିନ ପାଇଁ ଲକଡାଉନ୍

ବେଙ୍ଗାଲୁରୁ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ୧୪ ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି। ମଙ୍ଗଳବାର ରାତି ୯ଟାରୁ ଲକଡାଉନ୍ ଲାଗୁ ହେବ | ଆଜି କ୍ୟାବିନେଟ ବୈଠକ ପରେ ଲକଡାଉନ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପା ଘୋଷଣା କରିଛନ୍ତି।
କର୍ଣ୍ଣାଟକରେ ଲକଡାଉନ ସମୟରେ ଲୋକଙ୍କୁ ସକାଳ ୬ଟାରୁ ଦଶଟା ପର୍ଯ୍ୟନ୍ତ ସପିଂ କରିବାକୁ ଅନୁମତି ଦିଆଯିବ। ଏହା ସହିତ କେବଳ ମାନ୍ୟୁଫାକଚରିଂ ଏବଂ କନଷ୍ଟ୍ରକ୍ସନ କାର୍ଯ୍ୟକୁ ଅନୁମତି ଦିଆଯିବ | ଲକଡାଉନ୍ ସମୟରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ | ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ୧୮ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ଦେଶର ଦୈନିକ ମାମଲାର ୭୪.୫୩ ପ୍ରତିଶତ ମାମଲା ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସମେତ ୧୦ଟି ରାଜ୍ୟରେ ରେକର୍ଡ କରାଯାଇଛି। ଏହି ୧୦ଟି ରାଜ୍ୟ ତାଲିକାରେ କର୍ଣ୍ଣାଟକ, କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ ଏବଂ ରାଜସ୍ଥାନ ଭଳି ରାଜ୍ୟ ଅଛନ୍ତି।

Comments are closed.