ଆସନ୍ତାକାଲି ଠାରୁ ପୁଣେରେ ୧୨ ଘଣ୍ଟିଆ କର୍ଫ୍ୟୁ

ପୁଣେ – ମହାରାଷ୍ଟ୍ରରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ପୁଣେରେ ଆସନ୍ତାକାଲି ଠାରୁ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସପ୍ତାହେ କାଳ ସହରରେ କଫ୍ରୁ୍ୟ ଲଗାଯିବ । ପୁଣି ସ୍ଥିତିକୁ ଦେଖି କର୍ଫ୍ୟୁ ଅବଧି ଉପରେ ନିଷ୍ପତ୍ତି ନିଆଯିବ ।

ଆସନ୍ତାକାଲି ଠାରୁ ସପ୍ତାହେ ପର୍ଯ୍ୟନ୍ତ ପୁଣେର ସବୁ ଧାର୍ମିକ ସ୍ଥଳ, ହୋଟେଲ୍‌, ବାର୍‌, ସପିଂମଲ, ସିନେମା ହଲ୍ ବନ୍ଦ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ହିଁ ଅନୁମତି ଦିଆଯିବ । ଖାଦ୍ୟ ପଦାର୍ଥ, ଔଷଧ ଓ ଅନ୍ୟ ଜରୁରୀ ସେବାର ହୋମ୍ ଡେଲିଭରି ହେବ ବୋଲି ପୁଣେ ମେୟର କହିଛନ୍ତି ।

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ପୁଣେରେ ବି ସ୍ଥିତି ସଙ୍ଗୀନ ରହିଛି । ଏଠାରେ ଦୈନିକ ୮ ହଜାରରୁ ଊର୍ଦ୍ଧ୍ୱ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗୁରୁବାର ମଧ୍ୟ ପୁଣେରେ ୮୦୧୧ ନୂଆ ମାମଲା ସାମ୍ନାକୁ ଆସିଛି ।

Comments are closed.