ଇଂଜିନିୟରିଂ, ମେଡିକାଲ କଲେଜରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ପ୍ରସଙ୍ଗ, ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠିତ

ଭୁବନେଶ୍ୱର- ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ଐତିହାସିକ ନିଷ୍ପତି ନେବା ପରେ ଏ ଦିଗରେ ଆଉ ପାଦେ ଅଗ୍ରସର ହୋଇଛନ୍ତି ନବୀନ ସରକାର । ସଂରକ୍ଷଣ ପାଇଁ ଆବଶ୍ୟକୀୟ ସୁପାରିଶ କରିବାକୁ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ନେତୃତ୍ୱ ନେବେ । କମିଟିରେ ୫ ଜଣ ସଦସ୍ୟ ଅଛନ୍ତି । କିଛି ଦିନ ତଳେ ରାଜ୍ୟ ସରକାର ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ନିଷ୍ପତି ନେଇଥିଲେ ।

Comments are closed.