ଇତିହାସ ରଚିଲେ ରୁଟ୍‌, ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଶତକୀୟ ଟେଷ୍ଟରେ ଦ୍ୱିଶତକ ହାସଲ କଲେ

ଚେନ୍ନାଇ – ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଇତିହାସ ରଚିଛନ୍ତି । ରୁଟ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ନିଜ ଶତକୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ଏଠାରେ ଚାଲିଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ରୁଟ୍ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଏକ ଛକା ମାରି ରୁଟ୍ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ ।

ରୁଟ୍ ପ୍ରଥମ ଦିବସରେ ୧୨୮ ରନ୍ କରି ଅପରାଜିତ ଥିଲେ । ସେ ନବମ ଖେଳାଳି ଭାବେ ନିଜ ଶତକୀୟ ଟେଷ୍ଟରେ ଶତକ ହାସଲ କରିଥିଲେ । ଆଜି ସେ ନିଜର ଦ୍ୱିଶତକ ପୂରଣ କରି ନୂଆ ରେକର୍ଡ ସ୍ଥାପନ କରିଥିଲେ । ଶେଷରେ ୨୧୮ ରନ୍ କରି ରୁଟ୍ ଶାହବାଜ ନଦୀମଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଶତକୀୟ ଟେଷ୍ଟରେ ଏହା ହେଉଛି ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର । ଏହା ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ଇଞ୍ଜାମାମ ଉଲ୍ ହକ୍‌ଙ୍କ ନାମରେ ଥିଲା । ସେ ୨୦୦୫ରେ ଭାରତ ବିପକ୍ଷରେ ବେଙ୍ଗାଲୁରୁରେ ନିଜର ୧୦୦ତମ ଟେଷ୍ଟରେ ୧୮୪ ରନ୍ କରିଥିଲେ ।

Comments are closed.