ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଜୈସ-ଉଲ୍-ହିନ୍ଦ୍

ନୂଆଦିଲ୍ଲୀ – ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ପାଇଁ ଜୈସ-ଉଲ୍-ହିନ୍ଦ୍ ନାମକ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ମେସେଜିଂ ଆପ୍ ଟେଲିଗ୍ରାମରେ ଏକ ବାର୍ତ୍ତା ପଠାଇ ଏହି ଆତଙ୍କୀ ସଂଗଠନ ଏଭଳି ଦାବି କରିଛି। ବାର୍ତ୍ତାରେ କୁହାଯାଇଛି, ସର୍ବଶକ୍ତିମାନ୍ ଆଲ୍ଲାଙ୍କ କୃପା ଏବଂ ସାହାଯ୍ୟରେ ଜୈଶ-ଉଲ୍-ହିନ୍ଦ ସୈନିକମାନେ ଦିଲ୍ଲୀର ଏକ ହାଇ ସିକ୍ୟୁରିଟି ଅଞ୍ଚଳରେ ପଶି ଆଇଡି ବିସ୍ଫୋରଣ କରିବାରେ ସଫଳ ହୋଇଥିଲେ। ଏହା କେବଳ ଆରମ୍ଭ । ଆଗକୁ ଦେଶର ପ୍ରମୁଖ ସହରରେ ଏଭଳି ଆକ୍ରମଣ କରାଯିବ । ଭାରତ ସରକାରଙ୍କ ଦ୍ୱାରା ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନିଆଯିବ ବୋଲି ଉକ୍ତ ସଂଗଠନ କହିଛି । ତେବେ ଏହି ସଂଗଠନ କରିଥିବା ଦାବିର ସତ୍ୟାସତ୍ୟ ନେଇ ଯାଞ୍ଚ୍ କରାଯାଉଛି ।
ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣ ପରେ ଏଥିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀକୁ ଦିଲ୍ଲୀ ପୋଲିସ ଦୁଇଥର ଯାଞ୍ଚ କରିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏଥିରେ ହାଇ ଗ୍ରେଡ୍ ମିଲିଟାରୀ ବିସ୍ଫୋରକ ବ୍ୟବହୃତ ହୋଇଥିଲା।

ବିସ୍ଫୋରଣ ପରେ ଶୁକ୍ରବାର ରାତିରେ ଇରାନକୁ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା ଏବଂ ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରାଯାଇଥିଲା କିନ୍ତୁ କେହି ସନ୍ଦିଗ୍ଧ ମିଳି ନଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଅଲ-କାଏଦା ପରି ତାଲିମପ୍ରାପ୍ତ ଆତଙ୍କୀ ଗୋଷ୍ଠୀ ଏଭଳି ହାଇ ଗ୍ରେଡ ବିସ୍ଫୋରକ ବ୍ୟବହାର କରନ୍ତି ।

Comments are closed.