ଇସ୍ରୋର ଆଉ ଏକ ସଫଳତା: ପିଏସ୍‌ଏଲ୍‌ଭି-ସି୫୦/ସିଏମ୍‌ଏସ୍‌-୦୧ର ର ସଫଳ ଉତ୍‌କ୍ଷେପଣ

ଚେନ୍ନାଇ – ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ଆଉ ଏକ ସଫଳତା ପୂର୍ବକ ମହାକାଶକୁ ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ପିଏସ୍‌ଏଲ୍‌ଭି-ସି୫୦/ସିଏମ୍‌ଏସ୍‌-୦୧ର ଉତ୍‌କ୍ଷେପଣ କରିଛି । ଏଥିପାଇଁ ବୁଧବାର ଠାରୁ ୨୫ ଘଣ୍ଟିଆ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିଲା । ଆଜି ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟରେ ଶ୍ରୀହିରକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ପିଏସ୍‌ଏଲ୍‌ଭି-ସି୫୦ ରକେଟ୍ ଜରିଆରେ ସିଏମ୍‌ଏସ୍‌-୦୧ ଉପଗ୍ରହକୁ ପ୍ରେରଣ କରାଯାଇଛି । ଏହାର ୨୦ ମିନିଟ୍ ପରେ ସିଏମ୍‌ଏସ୍‌-୦୧ ଉପଗ୍ରହକୁ ସଫଳତାର ସହ ଜିଓସାଏଙ୍କ୍ରୋନୋସ ଟ୍ରାନ୍ସଫର ଅର୍ବିଟ୍ (ଜିଟିଓ)ରେ ଅବସ୍ଥାପିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଉପଗ୍ରହକୁ ଯଥା ସ୍ଥାନରେ ଅବସ୍ଥାପିତ କରାଯିବ । ଇସ୍ରୋର ଏହା ୪୨ତମ ସଫଳ ମିଶନ ।

Comments are closed.